ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସଫଳତା, ରାଜ୍ୟ ସ୍ତରୀୟ ନ୍ୟାଶନାଲ୍‌ ଟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ହେଲେ କ୍ୱାଲିଫାଏଡ୍‌

ଭୁବନେଶ୍ୱର, ୦୫/୦୭: ପୋଖରୀପୁଟ୍‌ ଡିଏଭି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସଫଳତା । ଚଳିତ ବର୍ଷ State Council of Educational Research and Training (SCERT)   ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ନ୍ୟାଶନାଲ୍‌ ଟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଏହି ସ୍କୁଲ୍‌ର ଭାଗ ନେଇଥିବା ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି । ଏସ୍‌ସିଆର୍‌ଟି ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳରେ ସମସ୍ତ ଛାତ୍ରଛାତ୍ରୀ ପ୍ରିଲିମିନାରୀ ସ୍ତରରେ କ୍ୱାଲିଫାଏଡ୍‌ ହୋଇଥିବା ଜଣାପଡ଼ିଛି ।

ଏହି ସ୍କୁଲ୍‌ ନ୍ୟାସ୍‌ନାଲ୍‌ ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଆସୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ରୌନକ ମିଶ୍ର, ପ୍ରୟାସ ପ୍ରିୟାଙ୍କର, ପ୍ରିୟାନ୍ସୁ ଗିରି, ସୌମ୍ୟ ଶୁଭ୍ରକାନ୍ତ, କସ୍‌ଭି ସୁବୁଦ୍ଧି ଏବଂ ନୀତିନ୍‌ କୁମାର ସାମଲ ଏହି ସ୍ତରରେ ସଫଳତା ହାସଲ କରିଛନ୍ତି । ତେବେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ମାନେ ନିଜର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍କୁଲ୍‌ ପରିଚାଳନା କମିଟିଙ୍କୁ କୃତଜ୍ଞତା ଜଣାଇବା ସହିତ ପାଠପଢ଼ିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେଉଥିବା କହିଛନ୍ତି ।

ତେବେ ଏହି ସଫଳତାରେ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶା ଜୋନ୍‌, ଡ. କେସି ସତ୍‌ପଥୀ, ଅଧ୍ୟକ୍ଷ ଅରୁନ୍‌ କୁମାର ରଥ ଏବଂ ପ୍ରିନ୍ସିପାଲ୍‌ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଭିଭାବକଙ୍କ ସହିତ ଶିକ୍ଷକମାନେ ଆଗାମୀ ସ୍ତରର ପରୀକ୍ଷାରେ ଭଲ କରିବା ପାଇଁ ଆଶା ରଖିଛନ୍ତି ।

Spread the love