ଡିସିପି ଅଫିସ୍ରେ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ, ପୋଲିସ ସହ ମୁହାଁମୁହିଁ
କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିବା ଅଭିଯୋଗରେ ଭୁବନେଶ୍ବର ଡିସିପି ଅଫିସ୍ ଆଗରେ ଗଣଧାରଣ ଦେଇଛି କଂଗ୍ରେସ । ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରତିବାଦ କରିଛି । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି।
ଗଣ ଧାରଣା ଦେବା ପରେ ଡିସିପି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଫଳରେ ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି ହୋଇଥିବା ଦେଖିବାକୁ ମିଳିଛି ।