ହୋଇ ପାରୁନି ସତ୍କାର, ୩ ଦିନ ହେଲେ ପଡ଼ି ରହିଛି ମହିଳାଙ୍କ ମୃତଦେହ

ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନାହାନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ। ବହୁ ସଚେତନତାମୂଳକ କାର୍ଯ୍ୟକ୍ରମ ସତ୍ତ୍ୱେ ଦୂର ହେଉନି ସାମାଜିକ କୁସଂସ୍କାର । ଆଉ ଏହାର କୁପରିଣାମ ଭୋଗୁଛନ୍ତି ନିରୀହ ଆଦିବାସୀ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲା କୁଳିଅଣା ଥାନା ଅଧୀନ କୁଚେଇ ଗାଁରେ। ଏହି ଗାଁର ପାର୍ବତୀ ସରେନ(୨୫) ନାମ୍ନୀ ମହିଳାଙ୍କର ଅସୁସ୍ଥତା ହେତୁ ୩ ଦିନ ପୂର୍ବେ ମୃତ୍ୟୁ ଘଟିଛି।  ଗତ ବୁଧବାର ପାର୍ବତୀଙ୍କର ମୃତ୍ୟୁ ଘଟିଥିବା ବେଳେ  ଆଜି ଯାଏ ସତ୍କାର ହୋଇ ନ ପାରି ପଡ଼ି ରହିଛି ମୃତଦେହ।

ମୃତା ପାର୍ବତୀଙ୍କ ଶ୍ୱଶୁର ଅନ୍ୟ ଜାତିରେ ବିବାହ କରିଥିବାରୁ କଂଗାରୁ କୋର୍ଟରେ ଜରିମାନା କରିଥିଲେ ଗ୍ରାମବାସୀ। ମହିଳାଙ୍କ ସ୍ୱାମୀ ଗାଁରେ ଜରିମାନା ଟଙ୍କା ଦେଇନପାରିବାରୁ ଗ୍ରାମବାସୀ ମୃତଦେହ ଉଠାଉନାହାନ୍ତି l

ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାର ସକାଳେ ମୟୂରଭଞ୍ଜ ଆଡିସନାଲ ଏସ୍‌ପି ଅଭିମନ୍ୟୁ ନାୟକ, କୁଳିଅଣା ଥାନା ପୁଲିସ୍‌ ପହଞ୍ଚି ଗ୍ରାମବରସୀଙ୍କ ସହ ଆଲୋଚନା କରୁଛନ୍ତି।

Spread the love