ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ରାଉରକେଲା  :  ହତ୍ୟା ନା ଆତ୍ମହତ୍ୟା।ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରେମ ପାଇଁ ଆତ୍ମହତ୍ୟା। ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ,ଆଜି ସେକ୍ଟର ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାରେ ଆସିଛି ଏକ ଟ୍ୱିଷ୍ଟ, ଯାହାକି ସମସ୍ତଙ୍କୁ ଚକିତ କରିଛି । ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆସିଛି । ପ୍ରେମ ସମ୍ପର୍କ ନେଇ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ପ୍ରଥମେ ତାଙ୍କୁ ହତ୍ୟା କରାଯାଇଛି,  ପରେ ଟାଙ୍ଗି ଦେଇଥିବା ମୃତ ଯୁବକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଘଟଣାସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।

Spread the love