ଅଚିହ୍ନା ଶବର ପାହାଡ…
ଆଖିର ଲୁହ, ମୁଣ୍ଡରୁ ଗମ ଗମ ହୋଇ ବହୁଥିବା ଝାଳ ଆଉ ନାକ ତଳର ପାଣି ଏ ସବୁ ଏକାକାର । କଣ୍ଠ ସ୍ୱର ପାଟି ଭିତରେ ରୁନ୍ଧି ହେଉଛି, ବେଳେ ବେଳେ ଆଁ ଟା କରି ଛେପ ଢ଼ୋକି ଦେଉଛି ସିନା, ଆଖି ପତା ପଡୁନି। ନିଗିଡି ଚାଲିଛି ଦୁଇ ଧାର ଲୁହ। ଦୁଇଦିନ ହେଲାଣି ପେଟକୁ ଗଣ୍ଡେ ଦାନା ଯାଇନି। ସ୍ତ୍ରୀ ଟା ତାର ଘଟଣା ଶୁଣିଲା ଦିନଠୁ ନିସ୍ତେଜ ଶବ ଭଳି ପଡିଛି। ନିଶ୍ୱାସ ଚାଲିଛି ସିନା ବଞ୍ଚିବାକୁ ଇଚ୍ଛା ନାହିଁ। ଛାତିର କଳିଜା ଟା ଏଯାଏ ଖାଇନି ପରା, ମା କେମିତି ଖାଇବ, ….କଥା ଦେଇଥିଲେ ପହଂଚିକି ଫୋନ କରିବେ… ଏ କଥା ଭାବି ନୂଆ ବୋହୂ ଟା ପିଲାଟକୁ ଧରି ଗୁଂ ଗୁଂ ହେଇ ବାହୁନୁଛି। ଘର ସାରା ଲୁଣିଆ ଲୁହର ଲହରୀ । ନିମିଷକେ ଯେମିତି ପୃଥିବୀ ଟା ପଲଟି ଗଲା…
ବୁଢା ବାପ ଟା ବଜାର ରୁ ଶୁଣିଲା ଜେବେବେଳେ ଲୌହ ଦାନବ ଟା ରକ୍ତର ହୋଲି ଖେଳିଛି, ଛାତିର ଦମ୍ବ ନାହଁ କି ପାଦରେ ବଳ ନାହିଁ। ଖାଲି ଧ।ଇଛି, ଆଉ ଧାଇଛି । ପୁଅଟା ତାର ସେହି ରେଳ ରେ ଯାଇଥିଲା। ମନକୁ ପାପ ଛୁଇଁଲା। ଶବର ପାହାଡ଼ ତଳେ କେଉଁଠି ତା କଳିଜା ଯା ଟା ପୋତି ହୋଇ ଯାଇନି ତ। ସେଠାରେ ପହଂଚି ଯାହା ଦେଖିଲା, ଯମ ଯନ୍ତ୍ରଣା ଠୁ ଭୟଙ୍କର ଥିଲା ଦୃଶ୍ୟ। ଶବର ପାହାଡ଼ ତଳୁ ଗୋଟି ଗୋଟି କରି ଧଳା କପଡା ହଟେଇ ଦେଖିଲା, ପାଇଲା ନି ପୁଅକୁ। ବହୁତ ଖୋଜିଲାଣି ପାଉନି। ହାତ ଗୋଡ଼ ରକ୍ତ ସର ସର, ଆଖିର ଲୁହ ଧାର ଧାର। ପୋଛି ବାକୁ ମନ ନାହିଁ। ପୁଅ କୁ ନ ପାଇଲେ ତା ମାଆ ଟାକୁ କି ଉତ୍ତର ଦେବ… ଏକଥା ଭାବି ac ବଗି ଆଡ଼କୁ ଧାଇଁଲା। ସେଠି ବି ନାହିଁ, ବଳ ନ ପାଉ ପଛେ ଟ୍ରେନ କୁ ପେଲି ଦେଇ ଫାଙ୍କରେ ଅନେଇ ଦିଏ। କାଇଁ ଏଠି ନାହିଁ ତ, ସେଠି ବି ନାହିଁ, ଏ … ଧନ କୁଆଡେ ଗଲୁ ରେ… ତୋତେ ତ ମାଆ ଝୁରି ହେଉଛି ରେ, ତୋ ବିନା ଆମେ ବୁଢା ବୁଢ଼ୀ ଦି ଟା କେମିତି ବଂଚିବୁ। ମୋ ଧନ, ମୋ ଛାତିର କଳିଜା କୁଆଡେ ଗଲୁରେ, ଆରେ ବାପା ଫେରିଆ….।
ବୁଢା ବାପା ଟାର ଆକୁଳ ନିବେଦନ ରକ୍ତ ନଦୀକୁ ପାର କରି ପାରେନି। ଲୁହା ବଗିରେ ଧକ୍କା ଖାଇ ଆଖିବାଡେ ନିଗିଡି ପଡେ। ଏ ବାବୁ ମାନେ ମୋ ପୁଅକୁ ଟିକେ ଖୋଜି ଦିଅ। ଦୟ।କର ସାର ମାନେ। ମୋ ପୁଅକୁ ମୁଁ ପାଉନି। କାହା ମନରେ ସୁଖ ନାହିଁ। ପର ହେଲେ ବି ନିଜ ଲୋକ ଭଳି ସମସ୍ତେ ଲାଗି ପଡିଛନ୍ତି। ଉଦାସ ଅପରାହ୍ନ ପରି ନିଷ୍ଠୁର ସଂଜର କିଟି କିଟି ଅନ୍ଧରେ ରେ ନିଜକୁ ଦେଖିବାକୁ କାହା ପାଖରେ ସମୟ ନାହିଁ। ଏତିକି ବେଳେ… ଏହି ନମ୍ବରଟା ଟିକେ ନଗେଇ ଦିଅ , ତୁମର ଧରମ ହେବ ବାପା। ବୁଢା ମାଉସ ଜଣକ ହାତରୁ ନମ୍ବର ନେଇ call କଲି। ଘଣ୍ଟି ବାଜୁଛି ମଉସା…. ତୁମେ ବ୍ୟସ୍ତ ହୁଅନି। ସେ ଉଠେଇବେ। ଭିଡ଼ ଭିତରେ ଶୁଣା ଯାଉ ନ ଥିବ। ମଉସ। ଙ୍କୁ ସ୍ୱ।ନ୍ତନା ଦେଉ ଦେଉ 10 ଥର call କଲିଣି। କିନ୍ତୁ କିଛି ଜବାବ ଆସୁନି। ମୋ ଆଖିର ଲୁହ ବି ଲେଞ୍ଜରା ହୋଇ ଦୃଶ୍ୟକୁ ଅସ୍ପଷ୍ଟ କରି ପକାଉଛି। ଚାରିଆଡେ ଧାଁ ଦୌଡ଼। ପାଣି ଆଣ, ପାଣି… ଆମ୍ବୁଲାନ୍ସ ର କୁଁ କୁଁ ଶବ୍ଦରେ ଚେତା ଫେରିଲା ବେଳକୁ କେହି ଜଣେ call କଲେ, ଆଉ କହିଲେ … ତୁମ ଲୋକ ଆଉ ନାହାନ୍ତି, ଶବ ନେଇ ଯାଅ, ସେତେବେଳ କୁ ମାଉସା ବି ଚାଲି ଯାଇଥାନ୍ତି…., ତେବେ ଏ ଶବ ନେବ କିଏ? …
( ଶଶି କଳା)