ପ୍ରଦୀପ ପୁରୋହିତଙ୍କ ବାସଭବନରେ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ବିଜେପି ନେତା ତଥା ପ୍ରଦୀପ ପୁରୋହିତଙ୍କ ବାସଭବନରେ ତାଙ୍କ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଡ୍ରାଇଭର ହେଲେ ଧନୁର୍ଜୟ ପାଣ୍ଡେ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାୱାରର ବନ୍ଦ ଘରୁ ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରେ ପୁଲିସର ଛାନଭିନ ଜାରି ରହିଛି। ସୂଚନା ମିଳିବା ପରେ ଭୁବନେଶ୍ବର  ଧନୁର୍ଜୟଙ୍କ ପରିବାର ଲୋକ ପହଞ୍ଚିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ବନ୍ଦ ଘର ଖୋଲିଛି।

ଧନୁର୍ଜୟ ପାଣ୍ଡେଙ୍କ ମୃତ୍ୟୁ ନେଇ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଧନୁର୍ଯୟ କେବଳ ମୋ ଡ୍ରାଇଭର ନଥିଲେ। ବରଂ ମୋ ରାଜନୀତି କାମ ବି ବୁଝୁଥିଲେ। ଧନୁର୍ଯୟଙ୍କ ମୃତ୍ୟରେ ମୁଁ ମର୍ମାହତ। ସେ ଡିପ୍ରେସନରେ ନଥିଲା। କାହିଁକି ଏମିତି ନିଷ୍ପତ୍ତି ନେଲା ମୁଁ ଜାଣିପାରୁନି। ପୁଲିସ ତଦନ୍ତ କରୁଛି। ସବୁ କଥା ସାମ୍ନାକୁ ଆସିଯିବ।

Spread the love