କ୍ଲାସରୁମରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ : ରାଣୀପେଣ୍ଠ ସ୍ଥିତ ଏକ ଘରୋଇ ନର୍ସିଂ କଲେଜର କ୍ଲାସରୁମରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ସୂଚନା ଅନୁଯାୟୀ ମୃତ ନର୍ସିଂ ଛାତ୍ରୀ ଜଣକଙ୍କ ଘର ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ହୋଇଥିବା ବେଳେ ସେ ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠପଢ଼ୁଥିଲେ । ମୃତ ଛାତ୍ରୀ ଜଣକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love