ଜଙ୍ଗଲ ଭିତରେ ମାଟିତଳୁ ଖୋଳା ଚାଲିଛି ଶବ

(ରଞ୍ଜିତ ମହାକୁଡ଼), ସୋର,୧୦/୮ : ମାଟି ତଳୁ ଖୋଳା ଚାଲିଛି ଶବ, ବ୍ୟବଛେଦ ହେବାକୁ ଯିବ ମହିଳା ଙ୍କ ଶବ କଥା ଟି ଆପଣଙ୍କୁ ଆଚଯ୍ୟ ଲାଗି ପାରେ କିନ୍ତୁ ଘଟଣାଟି ସତ ଜଙ୍ଗଲ ଭିତରେ ପୋତିବାର ତିନି ଦିନ ପରେ ମାଟି ତଳୁ ଖୋଳା ହେଲା ମହିଳା ଙ୍କ ଦଳିତ ଶବ, ଏପରି ଘଟଣା ସାମ୍ନା କୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଂଚାୟତ ବାଘ ଆମ୍ପୁଡା ଗାଁ ରେ, ଅଭୟ ସିଂ ଙ୍କ ସ୍ତ୍ରୀ 30 ବର୍ଷିୟ ମଞ୍ଜୁଲତା ସିଂ କୁ ତାଙ୍କ ଦିଅର ଏବଂ ଶଶୁର ଘର ମାରି ପୋତି ଦେଇଥିବା ବାପ ଘର ଲୋକ ସୋର ଥାନା ରେ ଅଭିଯୋଗ ପରେ ସୋର ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଁଛି ମାଟି ତଳୁ ଶବ ଖୋଳି ବାହାର କରି ବ୍ୟବଛେଦ ପାଇଁ ଡାକ୍ତରଖାନା କୁ ପଠା ଯାଇଛି l ଦୁଇ ବର୍ଷ ପୂର୍ବ ରୁ ମୃତ ମହିଳା ଙ୍କ ସ୍ୱାମୀ ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଏବେ ଶାଶୁଘର ଲୋକ ତାଙ୍କ ଝିଅ କୁ ମାରିଦେଇ ଥିବା ସିଙ୍ଗାଖୁଣ୍ଟା ଗ୍ରାମ ର ମା ଜଟି ରାଉତ ଅଭିଯୋଗ କରିଛନ୍ତି l କିନ୍ତୁ ସାପ କାମୁଡା ରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକ କହିଥିଲେ ମଧ୍ୟ ଦିଅର ଏବଂ ଶଶୁର ଫେରାର ଅଛନ୍ତି l ଶବ ବ୍ୟବଛେଦ ପାରେ ପ୍ରକୃତ କାରଣ ସାମ୍ନା କୁ ଆସିବ ବୋଲି କହିଛି ସୋର ପୋଲିସ ।

Spread the love