ଯାତ୍ରା ଦେଖିବା ଆସି ଜଣେ ବ୍ୟକ୍ତିଙ୍କ ସନ୍ଧେହ ଜନକ ମୃତ୍ୟୁ

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଉଳି ଗାଁରେ ମକର ସଂକ୍ରାନ୍ତି ମେଳା ଅନୁଷ୍ଠିତ ହେଉ ଥିବା ବେଳେ ଯାତ୍ରା ଦେଖିବାକୁ ଆସି ଜଣେ ବ୍ୟକ୍ତି ଙ୍କ ସନ୍ଧେହ ଜନକ ଭାବେ ମୃତ୍ୟୁ ବରଣ ହୋଇଛି l ସୂଚନା ମତେ ଭୁସକିମାଲ ଗାଁର ଲାଲ ସାହୁ (47)ଗତ କାଲି ସନ୍ଧ୍ୟାରେ ଯାତ୍ରା ଦେଖିବାକୁ ଆସି ଥିଲେ l ହେଲେ ଆଜି ସକାଳୁ ଏକ ବିଲରେ ଶୋଇପଡି ଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସଇଁନ୍ତଲା ପୁଲିସ କୁ ଖବର ଦେଇ ଥିଲେ l ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି l ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ଥିବା ଜଣା ପଡିଛି l

Spread the love