ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ

ମକର ସଂକ୍ରାନ୍ତିରେ ଅଘଟଣ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ   କୁରୁମଚଇନି ଗାଁର ରଂଜନ ସେଠ ହୋଇଥିବା ବେଳେ ଯୁବତୀ ଜଣକ ବାଇଗଣୀ ଗାଁର କଲ୍ୟାଣୀ ମାଝୀ ବୋଲି ପରିଚୟ ମିଳିଛି ।   ଉଭୟେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି  ।  ସକାଳୁ ପରିବାର ଲୋକେ ଦେଖି ଚିକିତ୍ସ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି  ।  ଘଟଣାସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି ।  ଦୁଇଜଣ ପରସ୍ପରକୁ ଭଲ ପାଉଥିଲେ ।  କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି  ।

Spread the love