ଗାଁ ମୁଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାରେ ଥିବା କାଳିମା ଗାଁ ମୁଣ୍ଡରୁ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡି ଗ୍ରାମର ମନୋଜ ନାୟକ(୨୨)।

ଗତକାଲି ରାତିରେ ସେ ତେଲକୋଇ ଥାନା ଗୋଳାଗାଡିଆ ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ମନୋଜଙ୍କ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Spread the love