କେନାଲରେ ବୁଡି ୪ ବର୍ଷର ଶିଶୁ ମୃତ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗୋଲାଗୁଡା ଗ୍ରାମସ୍ଥିତ କେନାଲରେ ଜଣେ ୪ ବର୍ଷର ଶିଶୁ ପାଣିରେ ବୁଡିଯାଇଛି। ଶିଶୁଟିକୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ପାଣିରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ। ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅଧିକ ଚିକିତ୍ସା ଲାଗି କାଲିମେଳା ସ୍ଥାନାନ୍ତରଣ ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇନଥିବା ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏମପିଭି ୬୭ ଗ୍ରାମର ମାଧବ ଅଧିକାରୀଙ୍କ ୪ ବର୍ଷର ଶିଶୁ ନିକଟସ୍ଥ ଗୋଲାଗୁଡା ଗାଁ କେନାଲକୁ ଯାଇଥିବା ବେଳେ ସେଠାରେ କୌଣସି କାରଣରୁ ଶିଶୁଟି ପାଣିରେ ଖସିପଡ଼ିଥିଲା। ଏହା ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର୍ ଦେବା ସହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ତେବେ ପ୍ରାୟ ଅଧଘଣ୍ଟା ଧରି ଉଭୟ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁଁ ଶିଶୁଟି ଉଦ୍ଧାର ହୋଇଥିଲା। ଏହାପରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ବେଳେ ସେଠାରେ ତୁରନ୍ତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ନଥିବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

Spread the love