ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା !

ମୋରଡା, ୧୧/୦୬ : ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ । ଛଟପଟ ହୋଇ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡାରେ। ଜଣେ ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଗାଁର ହରେକୃଷ୍ଣ ମହାନ୍ତ। ସେ ଦଶମ ଶ୍ରେଣୀରେ ପଢନ୍ତି। ତାଙ୍କର ଗୋଚର ଜମିରେ ଘର କରିବାକୁ ନେଇ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଫଳରେ କିଛି ଦୁର୍ବୃତ୍ତ ହରେକୃଷ୍ଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି।

ତେବେ ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚଳାଇଛି ପୋଲିସ।

Spread the love