କୁକୁର କାମୁଡ଼ାରେ ହରିଣ ମୃତ

ଆଠଗଡ଼, ୧୫।୬: ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଜୟପୁର ଗ୍ରାମରେ କୁକୁର କାମଡ଼ାରେ ଗୋଟିଏ ହରିଣର ମୃତ୍ୟୁ ହୋଇଛି। ହରିଣଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବୁଲା କୁକୁରଙ୍କ ହାବୁଡ଼ରୁ ଗ୍ରାମବାସୀ ରକ୍ଷା କରି ହରିଣ ଟିକୁ ପାଣି ପିଆଇ ବନ ବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ବନ ବିଭାଗ ର କର୍ମଚାରୀ ପହଞ୍ଚି ହରିଣ ଟିକୁ ନରସିଂହପୁର ପଶୁ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ଚିକିତ୍ସିତ ଅବସ୍ଥରେ ହରିଣଟିର ମୃତ୍ୟୁ ହୋଇଯାଇଥିଲା ।

Spread the love