ଶ୍ୱଶୁର ସହ ଆପତ୍ତିଜନକ ଅବସ୍ଥାରେ ଥିଲା ବୋହୂ, କୁରାଢୀରେ ଉଭୟଙ୍କୁ ହାଣିଦେଲା ପୁଅ

ଜବଲପୁର ୦୪।୦୭ : କଳଙ୍କିତ ସଂପର୍କ । ଯେଉଁଥିପାଇଁ ଜଣେ ପୁଅ ସାଜିଛି ହତ୍ୟାକାରୀ । ଅବୈଧ ସଂପର୍କ ଲାଗି ନିଜ ପତ୍ନୀ ଓ ବାପାଙ୍କୁ ହତ୍ୟା କରିଦେଇଛି ପୁଅ । ମଧ୍ୟପ୍ରଦେଶ ଜବଲପୁରରୁ ଆସିଛି ଏପରି ଘଟଣା । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ପୁରା ଘଟଣା।

ଖବର ଅନୁଯାୟୀ, ଜବଲପୁରରେ ପୁଅର ବାପା ନିଜର ବୋହୂଙ୍କ ସହିତ ପାପ ସଂପର୍କ ରଖିଥିଲା । ଯାହାକୁ ନେଇ ପୁଅ ବାରମ୍ବାର ତାଗିଦ୍ କରିଆସୁଥିଲା । ସମାଜରେ ଲୋକ ଲଜ୍ୟାରୁ ବଞ୍ଚିବାକୁ  ବାରମ୍ବାର ନିଜ ସ୍ତ୍ରୀ ଓ ବାପାଙ୍କୁ ବୁଝାଉଥିଲା ଏବଂ ଏପରି ସଂପର୍କ ରଖିବାକୁ ତାଗିଦ ମଧ୍ୟ କରିଆସୁଥିଲା । ହେଲେ ପୁଅର କୌଣସି କଥାକୁ ସ୍ତ୍ରୀ ଓ ବାପା ଖାତିର କରିନଥିଲେ । ପୁଅର ଅନୁପସ୍ଥିତରେ ରଖିଚାଲିଥିଲେ ଅବୈଧ୍ୟ ସଂପର୍କ ।

ଶେଷରେ ଗୋଟିଏ ଦିନ ପୁଣି ଥରେ ନିଜ ବାପା ଓ ସ୍ତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିବା ପରେ , ପୁଅ ମୁଣ୍ଡକୁ ପିତ ଚଢିଯାଇଥିଲା । ଘରେ ଥିବା କୁରାଢି ଆଣି ପ୍ରଥମେ ନିଜ ବାପାଙ୍କୁ ହାଣି ହତ୍ୟା କରିଥିଲା । ଏହା ପରେ ସ୍ତ୍ରୀକୁ ମଧ୍ୟ କୁରାଢି ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ନିଜ ଦାଦାଙ୍କ ଘରକୁ ଯାଇ  ଘଟଣା ସଂପର୍କରେ ସବୁ କଥା କହିଥିଲା ।

ସେପଟେ ହତ୍ୟାକାଣ୍ଡ ନେଇ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ କୁରାଢି ଧରି ଘରେ ବସିଥିବା ଅବସ୍ଥାରେ ପୋଲିସ ଗିରଫ କରିଥିଲା । ପରେ ପୋଲିସ ଘର ଭିତରୁ ଉଭୟ ଶ୍ୱଶୁର ଓ ବୋହୁର ମୃତଦେହକୁ ଜବତ କରିଥିଲା । ଅତି ବିଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରାଯାଇଥିଲା । ପୁରା ଘର ସାରା ପଡିରହିଥିଲା ରକ୍ତର ଛିଟା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Spread the love