ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ

ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମୃତକ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ସମ୍ପର୍କରେ ସୂଚନା ମିଳିପାରିଛି। ସେମାନଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲାର ଜଣେ  ୮୦ ବର୍ଷୀୟ ବୃଦ୍ଧ  ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ୪୫ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି।   ଉଭୟ ପୂର୍ବରୁ କ୍ୟାନସରେ ପୀଡ଼ିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ଜଣାଯାଇଛି।

Spread the love