୩ ଦିନ ପରେ କୂଅରୁ ମିଳିଲା ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ !

ଢେଙ୍କାନାଳ, ୦୭/୧୧: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ । ଗତ ୩ ତାରିଖରେ  ନିଖୋଜ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଏକ କୂଅରୁ ଉଦ୍ଧାର କରାଯାଇଛି ।

ସଦର ଥାନା ବୋରାପଦା ଗ୍ରାମ ନିକଟସ୍ଥ କୂଅରେ ଏହି ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ହେଲେ ବୋରାପଦାର ପୀତବାସ ଦାସ । ଗତ ୩ ତାରିଖରେ ପୀତବାସଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏହାପରେ  ତାଙ୍କ ମୃତଦେହକୁ ଦୁର୍ବୃତ୍ତମାନେ କୂଅରେ ଫିଙ୍ଗି ଦେଇଥିବା ଜଣାପଡିଛି । ପୋଲିସ ୩ ଦିନ ଧରି ଖୋଜିବା ପରେ ରବିବାର ମୃତଦେହ ଠାବ କରିଛି ।

Spread the love