ସାଥୀ ଯବାନଙ୍କ ଗୁଳିରେ ୪ ଯବାନ ମୃତ

ମାଲକାନଗିରି ୦୮।୧୧: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ସିଆରପିଏଫ ଯବାନଙ୍କ ଗୁଳି ଚାଳନାରେ ତିନି ଜଣ ସାଥୀ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସିଆରପିଏଫ୍‌ ଯବାନ ଜଣଙ୍କ ହଠାତ୍‌ ନିଜ ବନ୍ଧୁକରୁ ଗୁଳିଚାଳନା କରିଥିଲେ । ଏହି ଗୁଳିଚାଳନାରେ ତିନି ଜଣ ସାଥୀ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି । ଲିଙ୍ଗନପାଲି ଥାନା ଅନ୍ତର୍ଗତ ମରଇଗୁଡା ସିଆରପିଏଫ କେମ୍ପରେ ଆଜି ସକାଳେ ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆହତ ଜବାନଙ୍କୁ ତେଲେଙ୍ଗାନା ର ଭଦ୍ରାଚଲାମ ମେଡିକାଲକୁ ନିଆଯାଇଛି ଚିକିତ୍ସା ପାଇଁ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ତେବେ ଯବାନ ଜଣକ କାହିଁକି ନିଜ ବନ୍ଧୁକରୁ ଏପରି ଗୁଳି ଚାଳନା କରିଛନ୍ତି ।  ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ସୁକୁମା ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Spread the love