ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୮ ପଜିଟିଭ

ଭୁବନେଶ୍ୱରରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୬ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨ଟି ହେଉଛି ଲୋକାଲ୍ କଣ୍ଟାକ୍ଟ । ଭୁବନେଶ୍ୱରରେ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୧୪ଜଣ ସୁସ୍ଥ ହୋଇଥିବାବେଳେ ୩୧୭ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ ରାଜଧାନୀରେ ୮ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Spread the love