ପୋଖରୀରୁ ମିଳିଲା ୨ ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା ୦୨।୦୧: ପୋଖରୀ ଭିତରୁ ୨ ଯୁବକଙ୍କ ମୃତଦେହ ଠାବ । କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ଠାରେ ରାସ୍ତା ପାର୍ଶ୍ୱ ପୋଖରୀ ଭିତରୁ ଠାବ ହୋଇଛି ମୃତଦେହ । ମୃତକ ୨ଜଣ ହେଲେ ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ ବୋଲି ଜଣାପଡିଛି ।

ସେହିପରି ପୋଖରୀ ଭିତରୁ ଏକ ମଟର ସାଇକଲ ମଧ୍ୟ ଉଦ୍ଧାର ହୋଇଛି। ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ପୋଖରୀ ଭିତରକୁ ଖସିପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Spread the love