ଦୁଇ ମାସର ଶିଶୁ ପୁତ୍ରକୁ ମାରି କୂଅରେ ଫିଙ୍ଗିଦେଲା ଜନ୍ମଦାତ୍ରୀ

ପୁତ୍ର ହନ୍ତା ମାଆ। ଦୁଇ ମାସର ଶିଶୁ ପୁତ୍ରକୁ ମାଆ ମାରି ଦେଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଦୁଇମାସର ପୁଅକୁ ଛାଡି ମାଆ ବାପଘରକୁ ଚାଲିଯାଇଥିବା ଶାଶୂ ଅଭିଯୋଗ କରିଛନ୍ତି। ୩ ଦିନ ହେବ ଭିଣୋଇ ମହିଳାଙ୍କୁ ଶାଶୂ ଘରେ ଆଣି ଛାଡି ଦେଇ ଯାଇଥିଲେ।

ଗତକାଲି ରାତି ଗୋଟାଏ ସମୟରେ ହଠାତ୍‌ ମୋ ପୁଅ ନାହିଁ ବୋଲି କହିଥିଲେ ମାଆ। ପରିବାର ଲୋକ ସମସ୍ତେ ଉଠି ଦେଖିଲା ବେଳକୁ ପୁଅର ମଶାରୀ ଖାଲି ପଡିଥିଲା। ବହୁ ଖୋଜାଖୋଜି ପରେ ବାରିପଟ କୂଅରେ ଏକ ଅଖା ଭାସୁଥିବା ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ କୂଅ ଭିତରୁ ମୃତ ଶିଶୁକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ମୃତ ଶିଶୁ ପୁଅର ବଡବାପାଙ୍କ ଅଭିଯୋଗ ଅନୁସାରେ ପୁତ୍ର ହନ୍ତା ମାଆକୁ ଅଟକ ରଖି ତଦନ୍ତ ଜାରି ରଖିଛି ମାର୍ଶାଘାଇ ପୋଲିସ।

Spread the love