ତାଳଚେର ସରକାରୀ ଆଇଟିଆଇରେ ଇଲେକ୍ଟ୍ରିସିଆନ ଟ୍ରେଡ଼ରେ ଦ୍ୱିତୀୟ ବର୍ଷର ଛାତ୍ରର ମୃତ୍ୟୁ

ଭବାନୀ ଶଙ୍କର ତାଳଚେରସ୍ଥିତ ସରକାରୀ ଆଇଟିଆଇରେ ଇଲେକ୍ଟ୍ରିସିଆନ ଟ୍ରେଡ଼ରେ ଦ୍ୱିତୀୟ ବର୍ଷର ଛାତ୍ରର ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ ।ସାନ ପୁଅ ସନ୍ଧ୍ୟାରେ ଫୋନ କରିଥିଲା। କହିଲା ବାପା ଲକଡାଉନ୍‌ ହୋଇଗଲା, ରବିବାର ଘରକୁ ଯିବୁ। ହେଲେ ରାତି ୩ଟାରେ ବଡ଼ ପୁଅ ଫୋନ କରି କହିଲା ଭବାନୀ ଚାଲିଗଲା ।’ ମୋ ପୁଅ ଭଲ ଥିବା ବେଳେ କିପରି ଏପରି ହେଲା ବୋଲି ମୁଣ୍ଡ ପିଟି କହୁଛନ୍ତି ଭବାନୀ ଶଙ୍କର ବେହେରାଙ୍କ ବାପା ଅନାଦି ବେହେରା।

ଭବାନି ୨ ବର୍ଷ ହେବ ଆଇଟିଆଇ ପଢ଼ୁଥିବା ବେଳେ ହଷ୍ଟେଲରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଭଲ ଥିଲେ । ହେଲେ ରାତିରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସାଙ୍ଗସାଥୀ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଭବାନୀଙ୍କ ସାଙ୍ଗ । ତେବେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଭବାନୀଙ୍କ ପରିବାର ଲୋକ ।

ପୁଅ ମୃତ୍ୟୁ ପଛର କାରଣ କ’ଣ ତାହା ସନ୍ଦେହ ଘେରରେ ରହିଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଏନେଇ ତାଳଚେର ଥାନାରେ ଅଭିଯୋଗ କରାଯାଇଛି। ଏଥିସହ ଘଟଣାର ତଦନ୍ତ କରିବାକୁ ନିବେଦନ କରିଛନ୍ତି ମୃତ ଭବାନୀଙ୍କ ବାପା । ଏ ନେଇ ପୋଲିସ କିମ୍ବା ଆଇ ଟି ଆଇ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Spread the love