ସମାଜସେବୀ ତଥା ଗାନ୍ଧିବାଦୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କର ପରଲୋକ

 

ଜଣେ ଶ୍ରେଷ୍ଠ ସେବକ, ପରୋପକାରୀ, ସମାଜସେବୀ ଭାବେ ସେ ସାରା ଦେଶରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦେଶ ଓ ରାଜ୍ୟରେ ବହୁ ନେତୃବର୍ଗ ଓ ବୁଦ୍ଧିଜୀବୀ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ନେତୃବର୍ଗ, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ସେବା  ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗତ ନଭେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଶାନ୍ତିଦେବୀ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ। ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧ୍ୟାନରେ ସୋମବାର ରାଷ୍ଟ୍ରୀୟ ସମ୍ମାନ ସହ ବଂଶଧାରୀ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ସେବା ସମାଜର ଅନ୍ତେବାସୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ମା’ଙ୍କୁ ହରାଇ ଅନାଥ ହୋଇପଡିଛି ସେବା ସମାଜ ।
ଜଣାଯାଏ ଯେ  ଉପକୂଳ ଓଡିଶାରୁ ୧୭ବର୍ଷ ବୟସରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପାଦ ଥାପିଥିଲେ ପଦ୍ମଶ୍ରୀ ଶାନ୍ତିଦେବୀ। ସୂଦୂର ବାଲେଶ୍ୱର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଥିଲେ ଶାନ୍ତିଦେବୀ। ୧୯୩୪ ଏପ୍ରିଲ ୧୮ତାରିଖରେ ଜନ୍ମିତ ଶାନ୍ତିଦେବୀ ଯୁକ୍ତ ଦୁଇ କଳାରେ ପଢୁଥିବାବେଳେ ୧୯୫୧ରେ ସମାଜସେବୀ ସ୍ୱର୍ଗତ ରତନ ଦାଶଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସମାଜସେବା, ଭୂଦାନ ଆନ୍ଦୋଳନର କର୍ଣ୍ଣଧାର ସ୍ୱର୍ଗତ ରତନ ଦାଶ ପତ୍ନୀଙ୍କ ସହ ଏକ ଚୁକ୍ତି କରିଥିଲେ। ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ, ନିରୀହ ଲୋକଙ୍କ ସେବା କରିବାକୁ ତାଙ୍କ ସହ ସେଠାରେ ରହିବାକୁ ପଡିବ ବୋଲି ରହିଥିବା ଚୁକ୍ତିକୁ ଶାନ୍ତିଦେବୀ ହସି ହସି ସ୍ୱୀକାର କରି ନେଇଥିଲେ। ବିବାହର ୪ମାସ ପରେ ଶାନ୍ତିଦେବୀ ନିଜ ସ୍ୱାମୀଙ୍କ ସହ ଏହି ଅଞ୍ଚଳକୁ ଆସି ନିଜ ଜୀବନକୁ ସେବା ପାଇଁ ଉତ୍ସର୍ଗୀକୃତ କରି ଆସୁଥିଲେ। ୧୭ବର୍ଷ ବୟସରେ ବାହା ପରଠାରୁ ନିରବଚ୍ଛିନ୍ନ ୭ଦଶନ୍ଧି ଧରି ବିଶେଷ କରି ନାରୀ ଶିକ୍ଷା, ଭୂଦାନ ଆନ୍ଦୋଳନ, ଅନାଥ ପିଲାଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା, ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ଅବହେଳିତ, ନିି​‌​‌ଷ୍ପେସିତ  ପ୍ରତି ଅନ୍ୟାୟ, ଅତ୍ୟାଚାରକୁ ଗଣତାନ୍ତ୍ରିକ ପଦ୍ଧତିରେ ସ୍ୱର ଉତ୍ତୋଳନ କରି ଲୋକଙ୍କ ହୃଦୟ ଜିଣିପାରିଥିଲେ ଶାନ୍ତିଦେବୀ। ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ  ସେ।  ରାୟଗଡ଼ା ଜିଲ୍ଲା ଗୋପାଳବାଡ଼ି ଗ୍ରାମରେ ମାଳତି ଦେବୀଙ୍କ ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କରିଥିଲେ ା ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଶାନ୍ତିଦେବୀ ଉଦ୍ୟମ ସଫଳ ରହିଥିଲା।

 

Spread the love