ଜାଗର ଯାତ୍ରା ହେଲା ଶେଷ ଯାତ୍ରା

ଯାଜପୁର : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଞ୍ଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞଶ୍ୱନୀ ପଣ୍ଡା ବାଇକ ଯୋଗେ ଗତକାଲି ଚଣ୍ଡିଖୋଲ ମହାବିନାୟକ ଦର୍ଶନ ନିମନ୍ତେ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ ।

Spread the love