ହଲିଉଡ୍‌ ଅଭିନେତା ଫ୍ରେଡ୍‌ ୱାର୍ଡଙ୍କ ପରଲୋକ

ମୁମ୍ବାଇ  : ହଲିଉଡ୍‌ର ଅଭିନେତା ଫ୍ରେଡ ୱାର୍ଡ  ୭୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ହଲିଉଡ୍‌ର ଇଣ୍ଡଷ୍ଟ୍ରିରେ ଶୋକ ଛାୟା ଖେଳିଯାଇଛି ।  ପ୍ରଶଂସକ ଓ ବଡ ବଡ ସେଲେବ୍‌ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି । ‘ଟ୍ରେମର୍ସ’, ‘ ଏସ୍କେପ୍‌ ଫ୍ରମ୍‌ ଆଲକାଟ୍ରାଜରୁ ‘ ଏବଂ ‘ଦି ରାଇଟ୍ ଷ୍ଟଫ୍’ ଭଳି ଫିଲ୍ମରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟ ହୋଇଥିଲେ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ପରିବାରର ପକ୍ଷରୁ ମୃତ୍ୟୁର କାରଣ ବିଷୟରେ କୌଣସି ସୂଚନା ମିଳି ନାହିଁ । ଫ୍ରେଡ ୱାର୍ଡ ୧୯୬୦ ଦଶକରେ ଆମେରିକାର ବାୟୁସେନାରେ ତିନି ବର୍ଷ କାମ କରିଥିଲେ। ସେ ଜଣେ ବକ୍ସର ମଧ୍ୟ ଅଟନ୍ତି। ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ସେ ୨୦୧୫ରେ ଟେଲିଭିଜନ୍ ଧାରାବାହିକ ‘ଟ୍ରୁ ଡିଟେକ୍ଟିଭ୍’ରେ ତାଙ୍କର ଶେଷ ଭୂମିକା ଗ୍ରହଣ କରିଥିଲେ । ଫ୍ରେଡ୍‌ଙ୍କ ଦମ୍‌ଦାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

Spread the love