ସ୍କୁଲରେ ଗୁଳିମାଡ : ୧୮ ଶିଶୁ ମୃତ, ନିଜକୁ ବି ମାରିଦେଲା ଆତତାୟୀ

ନୂଆଦିଲ୍ଲୀ  : ଆମେରିକାର ଟେକ୍ସାସରେ ଭୟଙ୍କର ଗୁଳିକାଣ୍ଡ ୧୮ ଶିଶୁ ମୃତ, ଏକାଧିକ ଗୁରୁତର । ଟେକ୍ସାସର ଏକ ସ୍କୁଲରେ ଆତତାୟୀମାନେ ମନଇଚ୍ଛା ଗୁଳିମାଡ କରିଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି । ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବଟ୍ ଏହି ସୂଚନା ଦେଇଛନ୍ତି ।ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବୃଦ୍ଧି ପାଉଛି । ଟେକ୍କାସ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଉବାଲ୍ଡ ସହରରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ୧୮ ବର୍ଷୀୟ ବ୍ୟକ୍ତି ସ୍କୁଲରେ ପଶି ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ଟାର୍ଗେଟ୍ କରିଥିଲା । ଏଥିରେ ୧୮ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଆତତାୟୀ ଗୁଳି ମାଡ କରିବା ପରେ ନିଜକୁ ମଧ୍ୟ ଗୁଳି କରିଦେଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି ।ତେବେ ଗୁଳିକାଣ୍ଡରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।ଗ୍ରେଗ୍ ମାମଲାକୁ ଦୃଢ ଭାବେ ନିନ୍ଦା କରିଛନ୍ତି । ଉବାଲ୍ଡ ଏଖ ଛୋଟ ସହର ଅଟେ । ଯେଉଁ ସ୍କୁଲରେ ଆତତାୟୀ ଆକ୍ରମଣ କରିଛି ସେଠାରେ ମାତ୍ର ୬୦୦ ଜଣ ପଢୁଥିଲେ । ରାଜ୍ୟପାଳ ଏହି ଆକ୍ରମଣକୁ ୨୦୧୨ ସ୍ୟାଣ୍ଡି ସ୍କୁଲର ଗୁଳିକାଣ୍ଡ ସହ ତୁଳନା କରିଛନ୍ତି । କାରଣ ସାଣ୍ଡି ସ୍କୁଲରେ ଏପରି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିଲେ ।

Spread the love