ନଦୀରେ ଭାସି ନାବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗ୍ରାମର ହେମନ୍ତ ରାଉତଙ୍କ ପୁଅ ଚିନ୍ମୟ ପ୍ରସାଦ ରାଉତ ବୟସ ୧୩ ବର୍ଷ ଆଜି ପୂର୍ବାହ୍ନରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ସୂଚନା ଅନୁଯାୟୀ,  ଆଜି ପୂର୍ବାହ୍ନରେ ଚିନ୍ମୟ ଗାଁ ନିକଟ ବ୍ରାହ୍ମଣୀନଦୀକୁ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲା । ବହୁତ ଖୋଜାଖୋଜି ପରେ ରଣେଶ୍ବର ମନ୍ଦିର ଘାଟ ନିକଟରେ ଗଭୀର ଜଳରୁ ଚିନ୍ମୟକୁ ଉଦ୍ଧାର କରିଥିଲେ କିନ୍ତୁ ମୃତ ଅବସ୍ଥାରେ। ପରିବାର ଓ ଗ୍ରାମରେର ଶୋକର ଛାୟା ଖେଳିଯାଇଛି । ସେ ଧଳପୁର ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀ ଛାତ୍ର। ଗତକାଲି ଗାଁରେ ଡ୍ରାମା ଦେଖି ବିଳମ୍ବ ଯୋଗୁଁ ବିଦ୍ୟାଳୟକୁ ଯାଇନଥିଲା । ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Spread the love