ରାଜ୍ୟରେ କରୋନା ନେଲା ୬ ମୁଣ୍ଡ

ରାଜ୍ୟରେ ଆଉ ୬  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୬ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୫ କରୋନା ଆକ୍ରାନ୍ତ  ଓ ଖୋର୍ଦ୍ଧାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ମୃତକଙ୍କ ମଧ୍ୟରେ ୨ ମହିଳା ଓ ୪ ପୁରୁଷ ଅଛନ୍ତି। ମୃତା ମହିଳାଦ୍ୱୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ।

ଗଞ୍ଜାମରେ କରୋନାରେ ଆଖି ବୁଜିଥିବା ୪ ପୁରୁଷଙ୍କ ବୟସ ୬୯, ୬୩, ୪୧, ୫୭ ହୋଇଥିବା ବେଳେ ମହିଳାଙ୍କ ବୟସ ୫୧ ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୪୧, ୬୩ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ  ୫୭ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ମହିଳାଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ।

ଏହାବ୍ୟତୀତ ଖୋର୍ଦ୍ଧାର ୮୬ ବର୍ଷୀୟା ବୃଦ୍ଧା କରୋନାରେ ଆଖି ବୁଜିଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love