କଂସର ରେଳଧାରଣା ଉପରେ ଯୁବକର ମୄତଦେହ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କଂସର ରେଳଧାରଣା ଉପରୁ ଆଜି ସକାଳେ ଜଣେ ଯୁବକଙ୍କ ମୄତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ରେଳଧାରଣା ଉପରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏ ବାବଦରେ ଜିଆରପିକୁ ଖବର ଦେବା ପରେ ଜିଆରପି ଏନେଇ ମୃତଦେହ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ରେଳଧାରଣା ଉପରୁ ଉଦ୍ଧାର ହୋଇଥିବା ମୃୃତଦେହଟି କେଶାପାଲି ପଞ୍ଚାୟତ ପଦାପାନି ଗ୍ରାମର ଗୁରୁଦେବ ମିର୍ଦ୍ଧା(୨୬) ବୋଲି ଜଣାପଡିଛି। ମୃତ ଯୁବକ ଗୁରୁଦେବ ସାଙ୍ଗଭୀ ନାମକ ଢାବାରେ କାମ କରୁଥିବା ବେଳେ ଢ଼ାବାଟି କିଛି ଦିନ ହେବ ବନ୍ଦ ରହିଥିଲା।  ଆଜି ସକାଳୁ ମୃତଦେହ ଟି ରେଲଧାରଣା ଉପରେ ପଡିଥିଲା। କୌଣସି ଏକ ଟ୍ରେନ ଧକ୍କାରେ ଗୁରୁଦେବଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତରେ ଟ୍ରେନ ଧକ୍କାରେ ମୃତ୍ୟୁ ନା ଏହା ଆତ୍ମହତ୍ୟା ଘଟଣା ନା ଅନ୍ୟ କିଛି କାରଣ ପାଇଁ ଯୁବକର ମୃତ୍ୟୁ ହୋଇଛି ସେନେଇ ମଧ୍ୟ ଜିଆରପି ତଦନ୍ତ ଆରମ୍ଭ କରିଛି।

Spread the love