ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ଦେହାନ୍ତ

 ମୁମ୍ବାଇ : ହିନ୍ଦୀ ସିନେମାର ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୧୯୩୪, ଅକ୍ଟୋବର ୧୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶୀଲା ବାଜ। ପିଲାଦିନରୁ ଜଣେ ନୃତ୍ୟଶିଳ୍ପୀ ହେବାକୁ ତାଙ୍କର ଆଗ୍ରହ ଥିଲା। ସେ ଫିଲ୍ମ ଜଗତରେ ପ୍ରବେଶ କରିବାକୁ ମଧ୍ୟ ଆଗ୍ରହୀ ଥିଲେ, କିନ୍ତୁ ତାଙ୍କ ପରିବାର ତାଙ୍କ ପଦକ୍ଷେପକୁ ବିରୋଧ କରିଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ସେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ହୋଇଥିଲେ। ସେ ଅତି କମରେ ୪୦ଟି ବଲିଉଡ ଫିଲ୍ମରେ କାମ କରିଥିଲେ। ସେ ଅଧିକାଂଶ ଫିଲ୍ମରେ ନୃତ୍ୟଶିଳ୍ପୀ ଭାବରେ ନଜର ଆସିଥିଲେ। ସେ ହିନ୍ଦୀ ସିନେମାକୁ ଅନେକ ମହାନ ଗୀତରେ ନୃତ୍ୟ କରିଛନ୍ତି। ବିବାହ ପରେ ସେ ଫିଲ୍ମ ଜଗତରୁ କିଛି ଦିନ ଦୂରରେ ରହିଥିଲେ।
୧୯୫୦ ଏବଂ ୧୯୬୦ ଦଶକର ଚିର ସବୁଜ ଗୀତରେ ଶୀଲା ବାଜ ନିଜର ନୃତ୍ୟକଳା ଦେଖାଇଥିଲେ। ‘ଲେକେ ପେହଲା ପେହଲା ପ୍ୟାର୍‌’ (ସିଆଇଡି), ‘ରମେୟା ବସ୍ତଭୈୟା’ (ଶ୍ରୀ ୪୨୦) ଭଳି ପ୍ରସିଦ୍ଧ ଗୀତଗୁଡ଼ିକରେ ସେ ନୃତ୍ୟ ପରିବେଷଣ କରିଥିଲେ।

Spread the love