ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଟୋକିଓ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ସକାଳେ ନାରା ସହରରେ ଏକ ସଭାରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଥିଲା ଏବଂ ତାଙ୍କର ପିଠିରେ ଗୁଳି ବାଜିଥିଲା ଓ ଗୁରୁତର ଅବସ୍ଥାରେ  ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି। ଜାପାନର ରାଷ୍ଟ୍ରୀୟ ଗଣମାଧ୍ୟମର ଖବର ଅନୁସାରେ ୨ଟି ଗୁଳି ଚଳାଯିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏନ୍‍.ଏଚ୍‍.କେ ଟେଲିଭିଜନ କହିଛି ପୁଲିସ ୟାମାଗାମି ତେତସୁୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସେହି ବ୍ୟକ୍ତି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଅଣାଯାଇଛି ଏବଂ ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି । ତାହା ଏକ ଦେଶୀ ବନ୍ଧୁକ ବୋଲି ଜଣାପଡିଛି । ଗୁଳିଚାଳନା କରିଥିବା ବ୍ୟକ୍ତି ଜଣକ ନାରା ସହରର ବାସିନ୍ଦା ବୋଲି ଜଣାଯାଇଛି।

Spread the love