ବିନ୍ଦୁସାଗରକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଘଟଣା, ମୃତ୍ୟୁ ପୂର୍ବରୁ ଇନଷ୍ଟାରେ ଲେଖିଥିଲେ ଶେଷ ପୋଷ୍ଟ

ଭୁବନେଶ୍ୱର ୨୪/୧୦: ବିନ୍ଦୁସାଗରକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଘଟଣା । ମୃତ୍ୟ ପୂର୍ବରୁ ସାଇଶ୍ରୀଙ୍କ instagramରେ ଶେଷ ପୋଷ୍ଟ । କଷ୍ଟଦାୟକ ଜୀବନକୁ ନେଇ ସେ ଶେଷ postରେ ଉଲେଖ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ । ତାଙ୍କର ଏହି ଜୀବନ ସବୁଠାରୁ ଅତି କଷ୍ଟକର । ଆଉ ବଞ୍ଚିବାକୁ ଚାହୁଁନାହାନ୍ତି । ଏଣୁ ମୁଁ ମୋ ନିଜକୁ ମାରି ଦେବାକୁ ଚାହୁଁଛି ।

ମୁଁ ବହୁତ ଦିନ ହେଲା ମୋ ଜୀବନ ଶେଷ କରିଦେବାକୁ ଚାହୁଁଥିଲି ହେଲେ କିଛି ସାଙ୍ଗ ସାଥି ସମ୍ପର୍କୀୟ ମାନଙ୍କ ଯୋଗୁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା । ହେଲେ ବେଶି ଦିନ ଆଉ ସେ ସମୟ ରହିଲାନାହିଁ । ଯାହାର ଶେଷ ମୁହୂର୍ତ୍ତ ଆସିଛି । ମତେ ମୋ ଜୀବନର ଶେଷ ସମୟ ଆସିଛି । ଆଉ ଶେଷ ଦିନରେ ମୁଁ ସମସ୍ତଙ୍କୁ good bye କହୁଛି । ସମସ୍ତକୁ ଧନ୍ୟବାଦ ଜଣାଉଛି । ମୁଁ ମରିବାବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତରେ ଥିବା ସ୍ମୃତିଗୁଡିକୁ ମୁଁ share କରିଛି । ମୁଁ ତୁମକୁ ବହୁତ ଭଲ ପାଉଥିଲି ।

ବହୁତ ବିଶ୍ୱାସ କରୁଛି । ରହୁଛି ତୁମର ସାଇଶ୍ରୀ । ଗତକାଲି ବିଳମ୍ବିତ ରାତିରେ ପାଣିକୁ ଡେଇଁ ସାଇଶ୍ରୀ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଥିଲେ। ଟିଉସନ୍ ପରେ ଘରକୁ ଫେରିଥିବା ବେଳେ ରାତି ୯. ୪୫ରେ ମାଙ୍କୁ ଫୋନ୍ କରିଥିଲା । ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ସୁଇସାଇଡ଼ ନୋଟ ଲେଖିଥିଲେ । ତେବେ ଘଟଣାସ୍ଥଳରେ ମୃତକଙ୍କ ଗାଡି ଚପଲ ଥିବା ବେଳେ ତାଙ୍କର ମୋବାଇଲ ମିଳିନାହିଁ।

Spread the love