ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ

ଭଞ୍ଜନଗର ୨୯।୧୦: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ ପୁତୁରାର ଆକ୍ରମଣରେ ଦାଦା କୃଷ୍ଣ ଖିଲାରଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସନ୍ଧ୍ୟା ସମୟରେ କୃଷ୍ଣ ଜମିରୁ ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ଆଗରୁ ଜଗିବସିଥିଲା ପୁତୁରା ସୁବାଷ ବିଶୋୟୀ । ହଠାତ କୃଷ୍ଣକୁ ଠେଙ୍ଗାରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ କୃଷ୍ଣଙ୍କର ମୃତ୍ୟୁ ଘଟିଛି ।

ତାରାସିଂଙ୍ଗି ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକେଲକୁ ପଠାଇଛି । ଜମିଜମା ବିବାଦକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Spread the love