ପତ୍ନୀ କଳିରେ ଚାଲିଗଲା ପତିର ପ୍ରାଣ

ଢେଙ୍କାନାଳ ୧୮।୧୨: ଘର ମଝିରେ ଯାଇଥିବା ରାସ୍ତାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡା। ଦୁଇ ମହିଳାଙ୍କ କଳିରେ ବଳି ପଡିଯାଇଛନ୍ତି ଜଣେ ଯୁବକ । ପତ୍ନୀଙ୍କ ସହ ପଡୋଶୀଙ୍କ ପାଟିତୁଣ୍ଡରେ ହସ୍ତକ୍ଷେପ କରିବାରୁ ସଂଘବଦ୍ଧ ଭାବେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଡକ୍ଟରଖାନାରେ ଚିକିତ୍ସହୋଇଥିଲେ। ତେବେ ଘରକୁ ଫେରିବା ପରେ ଯୁବକଙ୍କର ମୃତ୍ୟୁ ଘଟିଛି । ଏପରି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।

ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଯୁବକ ଜଣଙ୍କ ତରଭା ଗ୍ରାମ ସଞ୍ଜପାଲି ସାହିର ଜଗନ୍ନାଥ ନାୟକ । ତାଙ୍କ ଘର ଓ ପଡିଶା ରଥ ନାୟକଙ୍କ ଘର ମଧ୍ୟରେ ଥିବା ଏକ ରାସ୍ତାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା । ତେବେ ଗତ କାଲି ସନ୍ଧ୍ୟାରେ ତାଙ୍କ ପୋଡ଼ଶୀ ରଥ ନାୟକଙ୍କ ପତ୍ନୀଙ୍କ ସହ  ଜଗନ୍ନାଥଙ୍କ ପତ୍ନୀଙ୍କର ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଜଗନ୍ନାଥ ହସ୍ତକ୍ଷେପ କରିଥିଲେ । ଫଳରେ ରଥ ନାୟକଙ୍କ ପରିବାର ଲୋକେ ସଂଘବଦ୍ଧ ହୋଇ କଟୁରି ଓ ଠେଙ୍ଗାରେ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଗତ ରାତିରେ ଚିକିତ୍ସପାଇଁ ଢେଙ୍କାନା ଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଡାକ୍ତର ତାଙ୍କୁ ଚିକିତ୍ସା ପରେ ଛାଡି ଦେବାରୁ ପୁଣି ଜଗନ୍ନାଥଙ୍କୁ ନେଇ ପରିବାର ଲୋକେ ଘରକୁ ପଳାଇଥିଲେ । ମାତ୍ର ଆଜି ଘରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ମୃତ ଜଗନ୍ନାଥଙ୍କ  ଭାଉଜ ପ୍ରକାଶ କରିଛନ୍ତି । ଏହାକୁ ନେଇ ଜଗନ୍ନାଥଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କ୍ରମେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Spread the love