ସ୍ବାମୀ-ସ୍ତ୍ରୀ ଝଗଡା, ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର

ଘଟଗାଁ ୨୭।୧୨: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍ ଅନ୍ତର୍ଗତ ପିଠାଗୋଳା ଗାଁରେ ଘଟିଛି ଅଭାବନୀୟ ଘଟଣା | ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି |

ସୂଚନାଯୋଗ୍ୟ ଯେ, ସୋମବାର ପିଠାଗୋଳା ଗାଁର ଯଶୋବନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀ ସାହୁଙ୍କ ମଧ୍ୟରେ ଝଗଡା ହୋଇଥିଲା | ଝଗଡା ପରେ ଗାୟତ୍ରୀଙ୍କୁ ଶ୍ବଶୁର ଘର ଲୋକେ ମେଡିକାଲ ଆଣିଥିଲେ | ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା | ତେବେ ଗାୟତ୍ରୀଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ଡାକ୍ତରଖାନାରେ ଛାଡି ପଳାଇଛନ୍ତି | ଖବର ପାଇ ଗାୟତ୍ରୀଙ୍କ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ଗାୟତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ । ଗାୟତ୍ରୀଙ୍କ ବାପଘର ଲୋକେ ତାଙ୍କ ଝିଅଙ୍କୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରିବା ସହିତ ପୂର୍ବରୁ ଗାୟତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ବୋଲି ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି |

Spread the love