ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ମୃତଦେହ, ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ୍‌

ଭୁବନେଶ୍ୱର, ୨୧/୧୦: ଦିନକୁ ଦିନ ରାଜାଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଅପରାଧ । ମନୀଷ ଅନୁରାଗଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ମୃତ ଦେହ ରାଜଧାନୀର ଏକ ପୋଖରୀରେ ଭାସୁଥିବା ଜଣାପଡ଼ିଛି । ଲକ୍ଷ୍ମୀସାଗର ସ୍ଥିତ ଏକ ପୋଖରୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚିଥିବା ଜଣାପଡ଼ିଛି ।

Spread the love