ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ହକି ବିଶ୍ୱ କପକୁ ନେଇ ସବୁଠି ଚାଲିଛି ସାଜସଜ୍ଜା । ଏହି ସମୟରେ ରାଉରକେଲା ହକି ଷ୍ଟାଡିୟମରେ ମଧ୍ୟ ଚାଲିଛି ସାଜସଜ୍ଜା କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ କାମ ଚାଲିଥିବା ବେଳେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଲାଠିକଟା ବ୍ଲକ ଟାଇଁସାର ଭାଙ୍ଗରାଟୋଲାର ଗୋପାଳ ତୀର୍କୀ ।

ସେ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଆଜି ଅପରାହ୍ନ ରେ ହକି ଷ୍ଟାଡିୟମ ଚାରି ନମ୍ବର ଗେଟରେ ବିଦ୍ୟୁତ କାମ କରୁଥିଲା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ତଳକୁ ଖସି ପଶିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛେଣ୍ଡ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ପରିବାର ଓ ବିଜେପି ପକ୍ଷରୁ ଦାବି କରାଯାଇଛି ।
Spread the love