ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ : ବଲିଉଡର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ଗତକାଲି ସକାଳେ ବୁଲିବାକୁ ଯାଇଥିଲେ ସେ କିଛି ସମୟ ବିଶ୍ରାମ ନେବାକୁ ବେଞ୍ଚରେ ବସିଥିବାବେଳେ ତାଙ୍କୁ ସଲମାନଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା।ଏହି ଚିଠିରେ ଲେଖାଯାଇଛି ଯେ, ସଲମାନଙ୍କ ଅବସ୍ଥା ସିଦ୍ଧୁ ମୂସେୱଲାଙ୍କ ଭଳି କରିଦେବୁ। ସଲିମଙ୍କୁ ଏହି ଚିଠି ଗତକାଲି ସକାଳ ୭.୩୦ ରୁ ୮.୦୦ ଭିତରେ ମିଳିଥିଲା। ବାନ୍ଦ୍ରା ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିକଟରେ ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ସଲମାନ ନିକଟରେ ଦୁବାଇରେ ଆୟୋଜିତ ଆଇଫା ପୁରସ୍କାରରେ ଯୋଗ ଦେଇ ମୁମ୍ବାଇ ଫେରିଛନ୍ତି।

Spread the love