ଅମ୍ବାନୀ ପରିବାରକୁ ହତ୍ୟା ଧମକ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ମିଳିଲା ହତ୍ୟା ଧମକ।ରିଲାଏନ୍ସ ହସ୍ପିଟାଲକୁ ଫୋନ କରି ଦୁର୍ବୃତ୍ତ ପ୍ରଥମେ ଏହାର ଚେୟାରମ୍ୟାନ୍‌ଙ୍କୁ ହତ୍ୟା ଧମକ ଦେଇଥିଲା। ଏହାପରେ ସକାଳ ୧୦ଟା ୪୫ ରୁ ଦିନ ୧୨ଟା ଯାଏଁ ଆଠରୁ ନଅ ଥର ଫୋନ କରି ମୁକେଶ ଅମ୍ବାନୀଙ୍କ ପରିବାରକୁ ତିନି ଘଣ୍ଟାରେ ହତ୍ୟା ଧମକ ଦେଇଥିଲା ଦୁର୍ବୃତ୍ତ।  ଧମକ ମିଳିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି  । ମୁମ୍ବାଇ ପୋଲିସ ତିନୋଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଫୋନ କରିଥିବା ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ଏବଂ ଜଣେ ହି ଦୁର୍ବୃତ୍ତ ଏକାଧିକ ଥର ଫୋନ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି  । ଫୋନ୍‌ କରିଥିବା ବ୍ୟକ୍ତିର ଲୋକେସନ ଟ୍ରେସ କରି ପୋଲିସ ତାକୁ ମୁମ୍ବାଇର ଦହିସରରୁ   ଉଠାଇ ନେଇଛି।  ତଥାପି ପୋଲିସ ତାକୁ ପଚରାଉଚୁରା ଜାରି ରଖିଛି। ଧମକ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଆଲର୍ଟ ହୋଇଯାଇଥିଲା। ଅମ୍ବାନୀ ପରିବାର ଓ ଆଣ୍ଟାଲିଆର ସୁରକ୍ଷାକୁ କଡାକଡି କରିଦିଆଯାଇଛି।

Spread the love