ରାତି ପାହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ଜାଣନ୍ତୁ ନୀତି ନିର୍ଘଣ୍ଟ

*▪️ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ । ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।*
*▪️ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡିବେ ଦାରୁଦିଅଁ ।*
*▪️ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ଲାଗି ବ୍ୟାକୁଳ ଭକ୍ତ ।*
*▪️ମାସେ ଧରି ଦଇତାପତିମାନେ ମହାପ୍ରଭୁଙ୍କ ସେବା ନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ।*
*▪️ଭୋର ୩ଟା ୩୦ରୁ ଆରମ୍ଭ ହେବ ମଙ୍ଗଳାର୍ପଣ ।*
*▪️ ଡୋରଲାଗି, ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଏବଂ ଅଧପୋଛା ପରେ ସକାଳ ୯ଟା ୨୦ରେ ଶେଷ ହେବ ଅବକାଶ ନୀତି ।*
*▪️ ଦ୍ବାରପାଳ ପୂଜା, ରୋଷହୋମ ପରେ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଏବଂ ସ୍ନାନ ନୀତି ହେବ ।*
*▪️ଅପରାହ୍ନ ୨ଟାରେ ଛେରାପହଁରା, ୨ଟା ୪୦ରେ ହାତୀ ବେଶ, ସଂଧ୍ୟା ୬ରୁ ରାତି ୯ଟା ୩୦ ଯାଏଁ ଚାଲିବ ସାହାଣମେଲା ଦର୍ଶନ ।*
*▪️ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ହେବ ବାହୁଡା ପହଣ୍ଡି ।*
*▪️ରାତି ସାଢେ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

Spread the love