ବିସିସିଆଇ ସିଲେକ୍ସନ୍ କମିଟିରେ ଓଡିଶାର ଦେବାଶିଷ ମହାନ୍ତି

ନୂଆଦିଲ୍ଲୀ, ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଓଡିଶା ପାଇଁ ମଧ୍ୟ ଖୁସି ଖବର ରହିଛି । ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି ପ୍ୟାନେଲ୍‌ରେ ସ୍ଥାନ ମିଳିଛି । ଦେବାଶିଷଙ୍କ ସମେତ ପୂର୍ବତନ ବୋଲର ଅଭୟ କରୁବିଲାଙ୍କୁ ଚୟନକର୍ତ୍ତା ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ କ୍ରିକେଟ ଉପଦେଷ୍ଟା କମିଟି(CAC) । ପୂର୍ବତନ କ୍ରିକେଟର ମଦନ ଲାଲଙ୍କ ଅଧ୍ୟକ୍ଷତାରେ ସୁଏସି ଚେତନ ଶର୍ମାଙ୍କ ନାଁ କୁ ମୋହର ମାରିଛନ୍ତି । ବସିସିଆଇ ଗୁରୁବାର ଦିନ ପ୍ରେସ୍ ରିଲିଜ୍ ଜାରି କରି ଏହି ଘୋଷଣା କରିଛି । ପ୍ରେସ୍ ରିଲିଜ୍‌ ମୁତାବକ, ‘ ସିଏସି ଚେତନ ଶର୍ମା, ଦେବାଶିଷ ମହାନ୍ତି  ଏବଂ ଅଭୟ ଗୁରୁବିଲାଙ୍କୁ ଟିମ୍ ଇଣ୍ଡିଆର ଚୟନକର୍ତ୍ତା କମିଟି ସଦସ୍ୟ ଭାବେ ପାଇଁ ଘୋଷଣା କରାଗଲା ବୋଲି ଉଲ୍ଲେଖ ରହିଛି ’ । ତେବେ ବରିଷ୍ଠତା ଭିତ୍ତିରେ ଚେତନ ଶର୍ମାଙ୍କୁ ଚୟନକର୍ତ୍ତା ମୁଖ୍ୟ ଭାବେ ଘୋଷଣା କରାଯାଇଛି । ସିଏସି ଚୟନକର୍ତ୍ତାଙ୍କ କାର୍ଯ୍ୟକାଳର ବର୍ଷେ ପରେ ଏକ ସମୀକ୍ଷା କରିବେ । ତେବେ ଘୋଷଣା କରାଯାଇଥିବା ୩ ଜଣ ନୂଆ ସଦସ୍ୟ ସୁନୀଲ ଯୋଶୀ ଏବଂ ଅରବିନ୍ଦ ସିଂହଙ୍କ ସହିତ କାର୍ଯ୍ୟଭାର ସମ୍ଭାଳିବେ ।

Spread the love