ଦେବଦାରୁ ପତ୍ରର ଏହି ଉପାୟ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ କରିବ ଦୃଢ଼

ବାସ୍ତୁ ଶାସ୍ତ୍ରରେ ବୈବାହିକ ଜୀବନକୁ ନେଇ ଅନେକ ନିୟମ ବିଷୟରେ କୁହାଯାଇଛି। ଯଦି ଏହି ନିୟମଗୁଡିକୁ ପାଳନ କରାଯାଏ, ତା’ ହେଲେ ବାସ୍ତୁ ଦୋଷରୁ ରକ୍ଷା ମିଳିପାରେ। ଏ ସବୁ ମଧ୍ୟରୁ ଦେବଦାରୁ ଗଛର ପତ୍ର ବିଷୟରେ ମଧ୍ୟ କୁହାଯାଇଛି। ବାସ୍ତୁ ଅନୁସାରେ, ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଥାଏ କିମ୍ବା ଉଭୟଙ୍କ ମଧ୍ୟରେ ମତଭେଦ ଲାଗି ରହିଥାଏ, ତା’ ହେଲେ ଏହାକୁ ଦୂର କରିବା ପାଇଁ ଦେବଦାରୁ ଗଛର ପତ୍ରର ପ୍ରତିକାର ଲାଭଦାୟକ ହୋଇଥାଏ। କେଉଁଠାରୁ ବି ଆପଣ ଦେବଦାରୁ ଗଛକୁ ସହଜରେ ପାଇପାରିବେ। ଅଧିକାଂଶ ଲୋକ ଏହାକୁ ଶୋ’ ପ୍ଲାଣ୍ଟ ଭାବରେ ବି ନିଜ ଘରେ ଲଗାଇ ଥାଆନ୍ତି। ବାସ୍ତୁ ଅନୁସାରେ, ଏହି ଗଛକୁ ଘରେ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ଏଥିସହିତ ଘରେ ହସଖୁସିର ମାହୋଲ ସୃଷ୍ଟି ହୋଇଥାଏ। ସେପଟେ ବାସ୍ତୁ ମୁତାବକ, ଏହି ଗଛର ପତ୍ରରେ ଉପାୟ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା, ଦେବଦାରୁ ଗଛର ପତ୍ରର ସରଳ ଉପାୟ…।

-ଯଦି ଆପଣ ନିଜ ଜୀବନସାଥୀଙ୍କ ସହିତ ଏକ ଚାପଗ୍ରସ୍ତ ଜୀବନ ବିତାଉଛନ୍ତି କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିଛି, ତା’ ହେଲେ ଏହାକୁ ଦୂର କରିବା ପାଇଁ ଦେବଦାରୁ ଗଛର ପତ୍ରର ପ୍ରତିକାର ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ଦେବଦାରୁ ଗଛର ୭ଟି ପତ୍ର ନେଇ ଘରେ ଭଗବାନଙ୍କ ସାମ୍ନାରେ ରଖି ଦିଅନ୍ତୁ। ପୁଣି ପତ୍ର ଶୁଖିଗଲେ ସେଗୁଡିକୁ ହଟାଇ ନୂଆ ୭ଟି ପତ୍ର ରଖନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏମିତି କରିବା ଦ୍ୱାରା କିଛି ଦିନ ମଧ୍ୟରେ ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଶେଷ ହୋଇଯିବ।

-ବାସ୍ତୁ ଶାସ୍ତ୍ରୀ ମୁତାବକ, ଘର ସାମ୍ନାରେ ଦେବଦାରୁ ଗଛ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ସହିତ ଘରେ ଶାନ୍ତି ଏବଂ ସୁଖ ଆସିଥାଏ।

-ମାନ୍ୟତା ରହିଛି ଯେ ଦେବୀ ଦେବତାମାନଙ୍କୁ ଦେବଦାରୁର ପତ୍ର ଚଢ଼ାଇବା ଦ୍ୱାରା ମନ ମୁତାବକ ଫଳ ମିଳିଥାଏ। କୁହାଯାଏ କି, ଏହା କରିବା ଦ୍ୱାରା ଭଗବାନ ଜଲ୍‌ଦି ଖୁସି ହୁଅନ୍ତି।

-ଯଦି ଆପଣ ନ ଚାହିଁକି ମଧ୍ୟ ପ୍ରତିଦିନ ଘରେ କଳି, ଝଗଡ଼ାର ସମ୍ମୁଖୀନ ହେଉଛନ୍ତି କିମ୍ବା ବୈବାହିକ ଜୀବନରେ ଅସୁବିଧା ଆସୁଛି, ତା’ ହେଲେ ଦେବଦାରୁ ଗଛର ପତ୍ରକୁ ପାଣିରେ ମିଶାଇ ସ୍ନାନ କରନ୍ତୁ। ଏହାପରେ ଗାଧୋଇବା ପରେ ଦେବଦାରୁ ପତ୍ରକୁ ଅଶ୍ୱତ୍‌ଥ ଗଛ ପାଖରେ ରଖି ଦିଅନ୍ତୁ। ଏମିତି କ୍ରମାଗତ ୪୨ ଦିନ କରନ୍ତୁ। ଏହାଦ୍ୱାରା ବୈବାହିକ ଜୀବନରେ ଖୁସି ଫେରି ଆସିବ।

Spread the love