ଦ୍ଵିତୀୟ ଥର ମାଆ ହେଲେ ଦେବିନା ବାନାର୍ଜୀ, ଘରକୁ ଆସିଲା ନହ୍ନୀ ପରୀ

ମୁମ୍ଵାଇ ୧୧।୧୦: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ଗୁରମିତ୍‌ ନିଜ ସୂଚନା ଦେଇ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଅଭିନେତା ଲେଖିଛନ୍ତି – ଇଟ୍ସଏ ଗର୍ଲ । ତାଙ୍କ ପ୍ରଶଂସକଙ୍କୁ ଏହି ଗୁଡ ନ୍ୟୁଜ୍‌ ଦେଇଛନ୍ତି । ପୂର୍ବରୁ ଝିଅ ଲିଆନାଙ୍କୁ ଜନ୍ମ ଦେଇଥିଲେ ଦେବିନା। ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ।  ବିବାହର ୧୧ ବର୍ଷ ପରେ, ଦେବିନା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମାଆ ହୋଇଛନ୍ତି। ତେବେ ଗୁରମିତ୍‌ଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ଶୁଭେଚ୍ଛା ଜଣାଉଛନ୍ତି।

Spread the love