ଋଣ ଛାଡ଼ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ଜାରି ରହିଛି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ।  ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି ମାତ୍ର ଉଦ୍ଧାର କରାଯାଇଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି ।  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିବୃତି ରଖି କହିଛନ୍ତି  ୟୁକ୍ରେନରୁ ଫେରିଥିବା ନାଗରିକଙ୍କ ମଧ୍ୟରେ ୧୩୧୯ଜଣ ଛାତ୍ର ରହିଛନ୍ତି ଏବଂ ସେମାନଙ୍କ ଉପରେ ୧୨୧ କୋଟି ଟଙ୍କାର ଋଣ ରହିଛି । ୟୁକ୍ରେନ୍‌ ଉପରେ ରୁଷର ଅକ୍ରମଣ ହେତୁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସେମାନଙ୍କ ସମୟ ନଷ୍ଟ ହେଉଛି ।  ସେ ଆହୁରି ମଧ୍ୟ କହିଛନ୍ତି ପିଲାମନେ ପାଠ ପଢ଼ିବାକୁ ଋଣ ନେଇଥିବା ଟଙ୍କା ଉପରେ ବିଚାରବିମର୍ଶ କରୁଛନ୍ତି ସରକାର । ପରସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଦିଗ ପ୍ରତି ଆବଶ୍ୟକ ପଦକ୍ଷେପ ନେବେ । ୧୩୧୯ ଜଣ ଛାତ୍ର ଋଣ ନେଇଛନ୍ତି । ସେମାନଙ୍କ ଉପରେ ୧୨୧.୬କୋଟି ଟଙ୍କା ବାକି ରହିଛି । ଏହି ସୂଚନା ୨୧ଟି ବ୍ୟାଙ୍କ ଦେଇଥିବା ବେଳେ ସରକାର ଏନେଇ ନିଷ୍ପତ୍ତି ​‌ନେବେ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Spread the love