ଘୁନସର ରେ ବଡ଼ଦିନ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ସଇଁତଲା:ଆଜି ମଧ୍ୟରାତ୍ରୀରେ ଧରାପୃଷ୍ଟକୁ ଅବତରଣ କରିବେ ମହାପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ଚଳଚଞ୍ଚଳ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ। ପ୍ରଭୁ ଯୀଶୁଙ୍କ ଆଗମନ ଲାଗି ସମସ୍ତ ଗିର୍ଜାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସଜେଇ ହେଉଛି ଗିର୍ଜାର ଭିତର ଓ ବାହାର ଅଞ୍ଚଳ। କେବଳ ରାତିର ରହିଛି ସମସ୍ତଙ୍କୁ ଅପେକ୍ଷା। ଏପରି ଚିତ୍ର ଆଜି ବଲାଙ୍ଗିର ଜିଲ୍ଲାରେ ସହରର ବିଭିନ୍ନ ଗିର୍ଜାରେ ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷ ଧରି କରୋନାକଟକଣା ଯୋଗୁଁ ଜାକଜମକରେ ପାଳନ ହୋଇ ପାରୁନଥିଲା ବଡଦିନ।  ଚଳିତ ଥର କଟକଣା ଉଠିବା ପରେ ସମସ୍ତେ ବଡଦିନ ପାଇଁ ଉତ୍ସାହିତ ଅଛନ୍ତି। ବଡ଼ଦିନ ଉପଲକ୍ଷେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସ୍ଥାନୀୟ ଚର୍ଚ୍ଚ ନିକଟରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରୀକ୍ରମା କରିବା ସହ ଗାଁରେ ଶାନ୍ତି ଓ ପ୍ରଗତି ହେଉ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ l

Spread the love