ଲୁକ୍‌ ବିଗାଡୁଥିବା ପୋଷାକ

ଷ୍ଟାଇଲିସ୍ ତଥା ସ୍ମାର୍ଟ ଦିଶିବା ଚକ୍କରରେ ଅନେକ ସମୟରେ ଝିଅମାନେ ପୋଷାକ ଚୟନ ସମୟରେ ଭୁଲ୍‌ କରି ବସନ୍ତି। ଯାହା ଦ୍ବାରା ସୁନ୍ଦର ଦେଖାଯିବା ପରିବର୍ତ୍ତେ ସେମାନଙ୍କ ଲୁକ୍‌ ବିଗିଡ଼ିଯାଏ। ଫଳରେ ବ୍ୟକ୍ତିତ୍ବ ସହ ଡ୍ରେସିଙ୍ଗ୍‌ ସେନ୍ସ ଜଣା ନଥିବା କଥାକୁ ଏହା ସୂଚାଏ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିବେ ସେ ସମ୍ପର୍କିତ କିଛି ତଥ୍ୟ।

  • କୌଣସି ପାରମ୍ପରିକ କାର୍ଯ୍ୟକ୍ରମକୁ ଯାଉଥିଲେ ଟପ୍ ସହିତ ସଟ୍ ସ୍କଟ୍ ପିନ୍ଧନ୍ତୁ ନାହିଁ। ପୂଜାପାର୍ବଣରେ ପାରମ୍ପରିକ ବେଶଭୂଷା ଭଲ ଲାଗେ।
  • ଏକାସଙ୍ଗରେ ଫର୍ମାଲ ଓ କାଜୁଆଲ କମ୍ବିନେସନ୍‌ର ପୋଷାକ ପିନ୍ଧନ୍ତୁ ନାହିଁ। ଜିନ୍ସ ପିନ୍ଧୁଥିଲେ ଫର୍ମାଲ ସାର୍ଟ ପିନ୍ଧନ୍ତୁ ନାହିଁ। ସେହିପରି ଫର୍ମାଲ ଟ୍ରାଉଜର ପିନ୍ଧୁଥିଲେ ତା’ସହିତ ଫଙ୍କି ଟପ୍ ପିନ୍ଧିବାରୁ ଦୂରେଇ ରୁହନ୍ତୁ। ଏହି ସବୁ ଷ୍ଟାଇଲ୍ ପ୍ରଫେସନାଲ ଲାଇଫ୍‌ରେ ଭଲ ଲାଗି ନ ଥାଏ।
  • ବ୍ରାଇଡାଲ ଲେହେଙ୍ଗାରେ ଫର୍ମାଲ ଜୋତା ପିନ୍ଧନ୍ତୁ ନାହିଁ। ଏଥିରେ କୋହ୍ଲାପୁରୀ ଚପଲ ପିନ୍ଧିପାରିବେ।
  • ପୃଥୁଳକାୟ ମହିଳାମାନେ ଓଭର ସାଇଜ୍‌, ବେଲୁନ୍ ଟପ୍ ପିନ୍ଧନ୍ତୁ ନାହିଁ। ମୋଟାପଣ ଲୁଚାଇବା ବଦଳରେ ଏହା ଲୁକ୍‌କୁ ଅସୁନ୍ଦର କରିଥାଏ। ଫଳରେ ଶରୀର ଅଧିକ ମୋଟା ଦିଶେ। ଏହାର ସିଧା ପ୍ରଭାବ ବ୍ୟକ୍ତିତ୍ବ ଉପରେ ପଡ଼ିଥାଏ।
  • ସେହିପରି କୌଣସି ପାର୍ଟିରେ ଅଲଗା ଦେଖାଯିବା ଲାଗି ଲଙ୍ଗ୍‌ ସ୍କଟ୍‌ରେ ଫର୍ମାଲ ସାର୍ଟ ପିନ୍ଧିବାରେ ଭୁଲ୍‌ କରନ୍ତୁ ନାହିଁ।
Spread the love