ଯୁବତୀଙ୍କ ଟଙ୍କା ଲୁଟ୍‌ଲେ ୱେବ ପୋର୍ଟାଲ ସାମ୍ବାଦିକ ଦୀପକ ଦେହୁରୀ

ଝାରସୁଗୁଡାରେ ୱେବ ପୋର୍ଟାଲ ସାମ୍ବାଦିକଙ୍କ ବଡ଼ କାର୍‌ନାମା । ଯୁବତୀଙ୍କୁ ଫସେଇ ଟଙ୍କା ଲୁଟ୍‌ କରି ଧରାପଡ଼ିଲା ୱେବ ପୋର୍ଟାଲ ସାମ୍ବାଦିକ ଦୀପକ ଦେହୁରୀ । ଏନେଇ ବଡ଼ମାଲ ପୋଲିସ ଉକ୍ତ ସାମ୍ୱାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫେସବୁକରେ ପ୍ରେମ ଜାଲରେ ଫସାଇ ଜଣେ ଯୁବତୀକୁ ନିଜ ସଙ୍ଗେ ୧୫ ଦିନ ରଖିବା ପରେ ଯୁବତୀର ମାଙ୍କ ବ୍ୟାଙ୍କ ଏକାଉଣ୍ଟରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଝାରସୁଗୁଡ଼ା ବଡ଼ମାଲ ଥାନା ଅଧୀନ ଏକ ଗ୍ରାମ‌ର ଏହି ଯୁବତୀଙ୍କୁ ଦୀପକ ପ୍ରେମ ଜାଲରେ ଫସାଇ ବାହା ହେବାର ପ୍ରଲୋଭନ ଦେଖାଇଥିଲେ ଏହି ସାମ୍ୱାଦିକ । ଯୁବତୀଙ୍କ ମାଙ୍କ ଆକାଉଣ୍ଟରେ ଥିବା ୩ ଲକ୍ଷ ଟଙ୍କା ହାତେଇ ନେଇ ଫେରାର କୁଆଡ଼େ ଫେରାର ହୋଇଯାଇଥିଲେ । ପରେ ଏହି ପୋର୍ଟାଲ ସାମ୍ବାଦିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଏସ୍‌ଡିପିଓ କହିଛନ୍ତି ଯେ, ମେ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳରେ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା। ତାକୁ ପଞ୍ଚପଡ଼ାଠାରେ ରଖିଥିବା ବେଳେ ସେ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

ଯୁବତୀଙ୍କ ସ୍ବର୍ଗତ ବାପା ଏକ ସ୍କୁଲରେ ପିଅନ ଭାବରେ କାମ କରିଥିବା ବେଳେ ତାଙ୍କ ମା’ଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲା। ପୋଲିସ ଏହି ଯୁବକକୁ ଆଜି ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି । ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇ ଆବଶ୍ୟକ ପଡିଲେ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି କହିଛି।

Spread the love