ଗଲୱାନ ବୀର ସହିଦ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ହେବେ ସୈନ୍ୟ ଅଫିସର

ନୂଆଦିଲ୍ଲୀ,୦୬/୦୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଜୁନ ୧୫, ୨୦୨୦ରେ ଚୀନ ସହ ହୋଇଥିବା ସଂଘର୍ଷରେ ସହିଦ ନାୟକ ଦୀପକ ସିଂଙ୍କ ପତ୍ନୀ ଏବେ ସ୍ୱାମୀଙ୍କ ରାସ୍ତାରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟ ପ୍ରଦେଶର ରିୱାର ବାସିନ୍ଦା ରେଖା ଦେବୀ ସେନାରେ ସାମିଲ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାସ କରିଛନ୍ତି। ସେ ସେନାର ଅଫିସର ଭାବେ ସେବା ପ୍ରଦାନ କରିବେ।

ସହିଦ ଦୀପକ ସିଂ ବିହାର ରେଜିମେଣ୍ଟର ୧୬ତମ ବାଟାଲିୟନର ନାୟକ ଥିଲେ । ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ।  ଗତ ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ଦୀପକ ସିଂ ବୀର ଚକ୍ର (ମରଣୋତ୍ତର) ପ୍ରଦାନ କରିଥିଲେ । ଦୀପକ ସିଂଙ୍କ ପତ୍ନୀ ରେଖା ଦେବୀ ଏହି ସମ୍ମାନ ଗ୍ରହଣ କରିଥିଲେ। ପରମବୀର ଏବଂ ମହାବୀର ଚକ୍ର ପରେ ବୀର ଚକ୍ର ସାମରିକ କ୍ଷେତ୍ରରେ ସବୁଠାରୁ ବଡ଼ ସମ୍ମାନ।

ସହିଦ ଯବାନ ଏବଂ ଅଧିକାରୀଙ୍କ ପତ୍ନୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ୟୁପିଏସସି ଦ୍ୱାରା ଆୟୋଜନ କରାଯାଉଥିବା ସିଡିଏସ ପରୀକ୍ଷାରେ ପାଇଁ ସ୍ୱତନ୍ତ୍ର ସୁବିଧା ମିଳିଥାଏ।

Spread the love