ଜିୟା ଖାନଙ୍କ ଅନ୍ତିମ ସଂସ୍କାରରେ ପିନ୍ଧିଥିବା ପୋଷାକ ନିଲାମ କଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ୍ କିଛି ଦିନ ହେବ ନିଜର ପୁରୁଣା ପୋଷାକକୁ ନିଲାମ କରିଆସୁଛନ୍ତି। ସେ ଏଥିରୁ ମିଳୁଥିବା ରାଶିକୁ ‘ଲାଇଭ୍ ଲଭ୍ ଲାଫ୍ ଫାଉଣ୍ଡେସନ୍’ କୁ ଡୋନେଟ୍ କରିବେ । ବର୍ତ୍ତମାନ ତାଙ୍କର କିଛି ପୋଷାକ ଟ୍ୱିଟର ୟୁଜରଙ୍କ ନଜରରେ ପଡିଛି, ତା’ପରେ ସେ ଏହାକୁ ଦୀପିକାଙ୍କ ହୀନ କାର୍ଯ୍ୟ ବୋଲି କହୁଛନ୍ତି। ୟୁଜର୍ ଦାବି କରିଛନ୍ତି ଯେ ଜିଆ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ଦୀପିକା ଏହି ପୋଷାକ ପିନ୍ଧିଥିଲେ।

ଟ୍ୱିଟରରେ ଶରଣ୍‌ୟା ଶେଟ୍ଟୀଙ୍କ ଆକାଉଣ୍ଟରୁ ଏହି ଟୁଇଟ୍ ହୋଇଛି । ଏଥିରେ ଲେଖାହୋଇଛି, “ମୁଁ ବହୁତ ଆଶ୍ଚର୍ଯ୍ୟ, ମୋର ପ୍ରିୟ ଦୀପିକା ପାଦୁକୋନ ତାଙ୍କର ୨୦୧୩ ପୋଷାକ ନିଲାମ କରିଛନ୍ତି ଯାହା ଡିଜାଇନର୍ ନୁହେଁ । ୨୦୧୩ ରେ, ସେ ବିଭିନ୍ନ ଅନ୍ତିମ ସଂସ୍କାରରେ ଏହି ପୋଷାକ ପିନ୍ଧିଥିଲେ । ଏହି ଟୁଇଟରେ ଦୀପିକାଙ୍କ ପାଇଁ ଅନେକ ଲୋକ ନେଗେଟିଭ୍ କମେଣ୍ଟ ଦେଉଛନ୍ତି ।

ୟୁଜର୍ ଜଣଙ୍କ ଅନ୍ୟ ଏକ କମେଣ୍ଟରେ ଲେଖିଛନ୍ତି, ଏହାକୁ ଚ୍ୟାରିଟି ପାଇଁ କରୁଛନ୍ତି ବୋଲି କହି କହି ଠିକ୍ କରୁ ନାହାଁନ୍ତି … ଆପଣ ୧୦-୧୫ ବର୍ଷ ପୁରୁଣା ସାଧାରଣ ବ୍ରାଣ୍ଡର ଜୋତା ଏବଂ ପୋଷାକ ବିକ୍ରି କରିପାରିବେ ନାହିଁ । ଆପଣ ଏହାକୁ କୌଣସି ଅଭାବୀ ଲୋକଙ୍କୁ ଦେଉନାହାଁନ୍ତି କାହିଁକି? ୟୁଜର୍ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କର ପ୍ରଶଂସକ ହୋଇ ମୁଁ ନିରାଶ ହୋଇଛି।

ୱାର୍କ ଫ୍ରଣ୍ଟରେ ଦୀପିକା ପାଦୁକୋନ କବୀର ଖାନଙ୍କ ଫିଲ୍ମ ’83’ ରେ ନଜର ଆସିବେ। ଏହି ଫିଲ୍ମ କପିଲ ଦେବଙ୍କ ବାୟୋପିକ ଅଟେ। ରଣଭୀର ସିଂ ମୁଖ୍ୟ ଭୂମିକାରେ ଏବଂ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଭୂମିକାରେ ନଜର ଆସିବେ ।

Spread the love