ଦୀପିକା ପାଦୁକୋନ୍ ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ମୁମ୍ବାଇ ୦୧/୦୮ : ବଲିଉଡର ମୋଷ୍ଟ ପପୁଲାର ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ୍ । ଦୀପିକା ପ୍ରାୟତଃ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ଦୁହିଁଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା । ତେବେ ଦୁଇ ଜଣଙ୍କୁ ହସ୍ପିଟାଲ ବାହାରେ ଦେଖି ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା  ପ୍ରକାଶ ପାଉଛି । କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ବି ବଢିଲାଣି କି ଉଭୟ ପ୍ରାୟ ଖୁସି ଖବର ଦେବେ ଅର୍ଥାତ ଦୀପିକା ଏବଂ ରଣବୀର ଖୁବଶୀଘ୍ର ପିତା-ମାତା ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ରଣବୀର ହସ୍ପିଟାଲ ବାହାରେ ଧଳା ରଙ୍ଗର ଟି-ଶାର୍ଟ ସହ କଳା ରଙ୍ଗର ଚଷମା ଓ ପ୍ରିଣ୍ଟେଡ୍ ର ଟୋପି ପିନ୍ଧିଥିା ନଜର ଆସିଥିଲେ ଏବଂ ଦୀପିକା ମଧ୍ୟ କଳା ରଙ୍ଗର ଟପ୍ସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ରଣବୀର ଓ ଦୀପିକା ହସ୍ପପିଟାଲ ଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଦୁହେଁ ଏ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି । ହେଲେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସମାନେ ଅନେକ ପ୍ରଶ୍ନର କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ବୋଧ ହୁଏ ଦୀପିକା ପ୍ରେଗନାଣ୍ଟ ଅଛନ୍ତି , ଆଉ ଜଣେ ଲେଖିଛନ୍ତି ଖୁବ ଶୀଘ୍ର ଗୁଡ୍ ନ୍ୟଜ୍ ଶୁଣିବାକୁ ମିଳିବ । ଅନ୍ୟ ଜଣେ ୟୁଜର୍ସ ମଧ୍ୟ ଲେଖିଛନ୍ତି କି ଛୋଟ ସିଂହ ବୋଧ ହୁଏ ଆସୁଛି । ଦୁହେଁ ୨୦୧୮ରେ ଇଟାଲିରେ ବିବାହ କରିଥିଲେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଦୀପିକା ଗର୍ଭବତୀ ଥିବାର ଖବର ଚର୍ଚ୍ଚାକୁ ଆସିଥିଲା ।

Spread the love